ଲକ୍ଷ୍ନୌ: ଉତ୍ତରପ୍ରଦେଶରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଥିବାବେଳେ ରାଜ୍ୟର ୨୬ଟି ଜିଲ୍ଲା ପ୍ରଭାବିତ ହୋଇଛି। ବନ୍ୟା କବଳିତ ଅଞ୍ଚଳରୁ ୧୭,୫୦୦ରୁ ଅଧିକ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି। ଏ ପର୍ଯ୍ୟନ୍ତ ବନ୍ୟାରେ କୌଣସି ମଣିଷ କିମ୍ବା ଗୃହପାଳିତ ପଶୁଙ୍କ ମୃତ୍ୟୁ ଖବର ମିଳିନାହିଁ ବୋଲି ରାଜ୍ୟ ସରକାର ଶୁକ୍ରବାର କହିଛନ୍ତି। ରିଲିଫ କମିସନରଙ୍କ କାର୍ଯ୍ୟାଳୟ ଅନୁସାରେ, ବନ୍ୟାରେ ପ୍ରାୟ ୩ ଲକ୍ଷ ୫୩ ହଜାର ଲୋକ ପ୍ରଭାବିତ ହୋଇଛନ୍ତି। ମୋଟ ୧୭,୫୪୪ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଥିବାବେଳେ ୪,୮୪୭ ଜଣ ବର୍ତ୍ତମାନ ବିଭିନ୍ନ ରିଲିଫ ଶିବିରରେ ରହିଛନ୍ତି। ପ୍ରଭାବିତ ଅଞ୍ଚଳରେ ୧,୩୧୨ଟି ବନ୍ୟା ଆଶ୍ରୟସ୍ଥଳ, ୧,୬୩୪ଟି ବନ୍ୟା ଚୌକି ସ୍ଥାପନ କରାଯାଇଛି। ଉଦ୍ଧାର ଓ ରିଲିଫ କାର୍ଯ୍ୟରେ ୧,୬୯୭ଟି ଡଙ୍ଗା ଓ ମୋଟରବୋଟ୍ ସହ ୧,୦୬୮ଟି ଡାକ୍ତରୀ ଦଳ ନିୟୋଜିତ ହୋଇଛନ୍ତି। floods in Balasore: ବାଲେଶ୍ବରକୁ ବନ୍ୟା କରୁଛି କଲବଲ: ସୁବର୍ଣ୍ଣରେଖାରେ ବଡ଼ ବନ୍ୟା, ସତର୍କ ସଙ୍କେତ ଡେଇଁଲା ଜଳକା, ବୁଢ଼ାବଳଙ୍ଗ ପ୍ରଭାବିତ ଲୋକଙ୍କୁ ୭୨,୮୯୭ଟି ଖାଦ୍ୟ ପ୍ୟାକେଟ୍ ଓ ୩ ଲକ୍ଷ ୬୭ ହଜାର ୫୫୧ଟି ମଧ୍ୟାହ୍ନଭୋଜନ ପ୍ୟାକେଟ୍ ବଣ୍ଟନ କରାଯାଇଛି। ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା ପାଇଁ ୫ ଲକ୍ଷ ୫୨ ହଜାରରୁ ଅଧିକ କ୍ଲୋରିନ୍ ବଟିକା ଏବଂ ୧ ଲକ୍ଷ ୮୭ ହଜାର ଓଆର୍ଏସ୍ ପ୍ୟାକେଟ୍ ଦିଆଯାଇଛି। ୪୫ ହଜାରରୁ ଅଧିକ ପଶୁ ବନ୍ୟାରେ ପ୍ରଭାବିତ ହୋଇଥିବାବେଳେ ସେମାନଙ୍କ ପାଇଁ ୫ ହଜାର କ୍ୱିଣ୍ଟାଲରୁ ଅଧିକ ଗୋଖାଦ୍ୟ ଯୋଗାଇ ଦିଆଯାଇଛି। ଅମରୋହା, ଅଯୋଧ୍ୟା, ଆଜମଗଡ଼, ବଦାଉଁ, ବଲିଆ, ବାରବାଙ୍କି, ବସ୍ତି, ଚନ୍ଦୌଲି, ଫରୁଖାବାଦ, ଗାଜିପୁର, ଗୋଣ୍ଡା, ଗୋରଖପୁର, ହରଦୋଇ, କାସଗଞ୍ଜ, କାନପୁର, ଲଖିମପୁର ଖେରି, ମିର୍ଜାପୁର, ମୋରାଦାବାଦ, ପିଲିଭୀତ, ପ୍ରୟାଗରାଜ, ରାଏବରେଲି, ରାମପୁର, ସନ୍ଥ କବୀରନଗର, ଶାହଜାହାନପୁର, ଉନ୍ନାଓ ଓ ବାରାଣସୀ ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଛି। ଚିତ୍ରକୂଟରେ ମନ୍ଦାକିନୀ ନଦୀର ଜଳସ୍ତର ହ୍ରାସ ପାଇଛି। ତଥାପି ପ୍ରଶାସନ ସେଠାରେ ସତର୍କ ନଜର ରଖିଛି। ଜିଲ୍ଲାର ୩୬ଟି ପ୍ରଭାବିତ ଗ୍ରାମର ୧୩,୯୦୬ ଜଣଙ୍କୁ ସହାୟତା ଦିଆଯାଇଥିବାବେଳେ ୬୮୮ ଜଣଙ୍କୁ ସୁରକ୍ଷିତ ସ୍ଥାନକୁ ନିଆଯାଇଛି। ବନ୍ୟାରେ ୬୫୩ଟି ଘର ଆଂଶିକ କ୍ଷତିଗ୍ରସ୍ତ ହୋଇଛି। ଅନ୍ୟପକ୍ଷରେ, ଗାଜିପୁରର ଦୁହିଆ ସରାଇଆ ନିକଟ ଗଙ୍ଗା ନଦୀର ଏକ ଦ୍ୱୀପରେ ଫସିଥିବା ୧୨ ଜଣ ମେଷପାଳକ ଓ ୨ ହଜାରରୁ ଅଧିକ ମେଣ୍ଢାକୁ ପୁଲିସ ଓ ପ୍ରଶାସନ ଉଦ୍ଧାର କରିଛନ୍ତି। ବିଳମ୍ବିତ ରାତିରେ ସୂଚନା ମିଳିବା ପରେ ଡାଦରି ଘାଟରୁ ଉଦ୍ଧାରକାରୀ ଦଳ ଅଭିଯାନ ଆରମ୍ଭ କରିଥିଲା। ରାତ୍ରି ଦୃଷ୍ଟି କ୍ଷମତାସମ୍ପନ୍ନ ଡ୍ରୋନ୍ ସାହାଯ୍ୟରେ ସେମାନଙ୍କ ଅବସ୍ଥାନ ଚିହ୍ନଟ କରାଯାଇଥିଲା। ପ୍ରାୟ ୬ ଘଣ୍ଟା ଧରି ଚାଲିଥିବା ଏହି ଅଭିଯାନରେ କୌଣସି ଜୀବନହାନି ହୋଇନାହିଁ।
Flood: ଉତ୍ତରପ୍ରଦେଶରେ ବନ୍ୟା: ୨୬ ଜିଲ୍ଲା ପ୍ରଭାବିତ
September 04, 2026
0
Tags

