Type Here to Get Search Results !
🟢 ବ୍ରେକିଂ ନ୍ୟୁଜ
Header ADS

Odisha SHGs ହର୍ ଘର୍ ତିରଙ୍ଗା ୨୦୨୬: ସ୍ବୟଂ ସହାୟକ ଗୋଷ୍ଠୀ ସଦସ୍ୟା ପ୍ରସ୍ତୁତ କଲେ ୬୦ ଲକ୍ଷ ଜାତୀୟ ପତାକା


ଭୁବନେଶ୍ୱର:  ସମଗ୍ର ଦେଶରେ 'ହର୍ ଘର୍ ତିରଙ୍ଗା ୨୦୨୬' ଅଭିଯାନକୁ ବେସ୍‌ ଉତ୍ସାହ ପ୍ରକାଶ ପାଇଛି। ଏହି ପରିପ୍ରେକ୍ଷୀରେ ଓଡ଼ିଶାର ସ୍ୱୟଂ ସହାୟକ ଗୋଷ୍ଠୀ (ଏସ୍.ଏଚ୍.ଜି.)ର ମହିଳାମାନେ ଏକ ବିଶାଳ ସଫଳତା ହାସଲ କରିଛନ୍ତି। ରାଜ୍ୟର ୩୦ଟି ଜିଲ୍ଲାରୁ ମିସନ୍ ଶକ୍ତିର ମହିଳାମାନେ ମିଳିମିଶି ନିର୍ଦ୍ଧାରିତ ସମୟ ସୀମା ପୂର୍ବରୁ ସମ୍ପୂର୍ଣ୍ଣ ୬୦ ଲକ୍ଷ ଜାତୀୟ ପତାକା ପ୍ରସ୍ତୁତ କରିବାର ଲକ୍ଷ୍ୟ ପୂରଣ କରିଛନ୍ତି। ଏହି ବୃହତ୍ ଜାତୀୟ କାର୍ଯ୍ୟକ୍ରମରେ ୧,୨୩୫ଟି ଏସ୍.ଏଚ୍.ଜି., ୨୦୧ଟି ଉତ୍ପାଦକ ଗୋଷ୍ଠୀ (ପି.ଜି.) ଏବଂ ୧୩୮ଟି ମହାସଂଘର ମୋଟ ୧୬,୧୬୨ ଜଣ ମହିଳା ସଦସ୍ୟା ସକ୍ରିୟ ଭାବେ ସାମିଲ ହୋଇ ନିଜର କାର୍ଯ୍ୟଦକ୍ଷତା ପ୍ରଦର୍ଶନ କରିଛନ୍ତି। ଏନେଇ ଉପ-ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା  କହିଛନ୍ତି,  ମିଶନ୍ ଶକ୍ତି ମହିଳାମାନଙ୍କ ଦ୍ୱାରା ୬୦ ଲକ୍ଷ ଜାତୀୟ ପତାକାର ପ୍ରସ୍ତୁତି ସମଗ୍ର ଓଡ଼ିଶା ପାଇଁ ଗୋଟିଏ ଗର୍ବ ଓ ଗୌରବର ବିଷୟ। ଏହା ସେମାନଙ୍କର ଅଗାଧ ଦେଶପ୍ରେମ, ନିଷ୍ଠା ଏବଂ ଉଦ୍ୟୋଗୀ ମନୋଭାବକୁ ସ୍ପଷ୍ଟ ଭାବେ ଦର୍ଶାଉଛି। ମିଶନ୍ ଶକ୍ତି ମାଧ୍ୟମରେ ଆଜି ଓଡ଼ିଶାର ମହିଳାମାନେ ରାଜ୍ୟର ବିକାଶରେ ସକ୍ରିୟ ଭାଗୀଦାର ହେବା ସହ ନିଜ ପାଇଁ ଏବଂ ନିଜ ସମୁଦାୟ ପାଇଁ ସ୍ଥାୟୀ ଜୀବିକାର ସୁଯୋଗ ସୃଷ୍ଟି କରିପାରୁଛନ୍ତି। ୧୦୦ ପ୍ରତିଶତ ଲକ୍ଷ୍ୟ ସାଧନ ସହ ଏହି ଜାତୀୟ ପତାକା ନିର୍ମାଣ ସଫଳତା ଓଡ଼ିଶାକୁ ଏକ ମହିଳା-ନେତୃତ୍ୱାଧୀନ ବିକାଶ ଆଡ଼କୁ ଆଗେଇ ନେବାରେ ସହାୟକ ହୋଇଛି।

Tags

Post a Comment

0 Comments
* Please Don't Spam Here. All the Comments are Reviewed by Admin.